Categories

February 8, 2026

କୋମାରେ ଅଛନ୍ତି ଅଭିଜିତ

1 min read

ଭୁବନେଶ୍ବର: ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କୋମାରେ ଅଛନ୍ତି ଅଭିଜିତ । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା ।

ତେବେ ଆଜି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଅଭିଜିତ ମଜୁମଦାର । ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ବାସ୍ଥ୍ଯରେ ଉନ୍ନତି ନହେବାରୁ ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରି ଭର୍ତ୍ତି କରାଯାଇଛି ।

ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଥିଲା । ଏବଂ ଅଭିଜିତ ମଜୁମଦାରଙ୍କ ସାଥିରେ ଆସିଥିବା ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ସୂଚନା ଦେଇ କହିଥିଲେ ଯେ- ଅଭିଜିତ ଗୁରୁତର ଅଛନ୍ତି । ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ବ୍ରେନ ଏବଂ ଲିଭରରେ ସମସ୍ୟା ରହିଛି । ପାନକ୍ରିଆଜରେ ସମସ୍ୟା ଦେଖା ଦେଇଛି । ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖା ଧେଇଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବ ।
ଆଉ ଏବେଏବେ ମିଳିଥିବା ତାଜା ସୂଚନା ଅନୁସାରେ କୋମାରେ ଅଛନ୍ତି ଅଭିଜିତ ମଜୁମଦାର । ସଙ୍ଗୀତ ଜଗତରେ ଅଭିଜିତ ଜଣେ ଦକ୍ଷ ଏବଂ ସୁପରିଚିତ ନାଁ । ବିଭିନ୍ନ ସିନେମା ଏବଂ ଆଲବମରେ ତାଙ୍କ ସ୍ବତନ୍ତ୍ର ଛାପ ଦେଖିବାକୁ ମିଳେ । ମେଲୋଡି କିଙ୍ଗ୍ ଭାବେ ଅଭିଜିତ ଦର୍ଶକଙ୍କ ପ୍ରିୟ ଥିବା ବେଳେ ସମସ୍ତେ ତାଙ୍କୁ ଆପଣାପଣରେ ଦାଦା ବୋଲି ଡାକନ୍ତି । ତେବେ ଅଭିଜିତଙ୍କ ଏପରି ସଙ୍କଟ ସମୟରେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।