ପିପିଲି-ଜଟଣୀ ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏକ ହାଇଓ୍ବା ଧକ୍କାରେ ଜଣେ ବାଇକ ଆରୋହୀ ମହିଳାଙ୍କ ମୃତ୍ୟୁ
1 min read
ପିପିଲି:ପିପିଲି-ଜଟଣୀ ରାସ୍ତାର କଣ୍ଟି ବଜାର ଠାରେ ଗୁରୁବାର ସନ୍ଧ୍ୟାରେ ଏକ ହାଇଓ୍ବା ଧକ୍କାରେ ଜଣେ ବାଇକ ଆରୋହୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାଙ୍କ ଘର ପୁରୀ ଚାରିନଳା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି l ସେ ନିଜ ସ୍ୱାମୀଙ୍କ ସହ ବାଇକରେ ବସି ଖୋର୍ଦ୍ଧା ରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ l କଣ୍ଟି ବଜାର ଠାରେ ପଛରୁ ଆସୁଥିବା ଏକ ହାଇଓ୍ବା ଗାଡି ଉକ୍ତ ବାଇକକୁ ଧକ୍କା ଦେଇଥିଲା। ସ୍ବାମୀ ବାଇକରୁ ଛିଟିକି କିଛି ଦୂରରେ ତଳେ ପଡିଥିବା ବେଳେ ବାଇକ ପଛରେ ବସିଥିବା ପତ୍ନୀଙ୍କ ଉପରେ ହାଇଓ୍ବା ର ଚକା ଚଢିଯାଇଥିଲା l ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ପିପିଲି ଥାନା ସବଇନ୍ସପେକ୍ଟର ବାବୁ ପ୍ରିୟଦର୍ଶନୀ ସାହୁ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l ଶୁକ୍ରବାର ମୃତଦେହକୁ ବ୍ୟବଛେଦ ପାଇଁ ପୁରୀ ପଠାଯିବl


