କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ
1 min read
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବାଂଶଡା ଥାନାର ଜାଣେ ଯୁବକଙ୍କ ନାମରେ ୱାରେଣ୍ଟି ରହିଥିଲା। ଅଭିଯୁକ୍ତ ଯୁବକକୁ ଗିରଫ କରାଯିବା ପରେ ପୁଲିସ ହେପାଜତରେ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତଜଣକ ପରିସ୍ରା ବାହାନାରେ ବାହାରକୁ ଯାଇଥିଲା। ନିକଟରେ ଥିବା ଦୁଇ ପୁଲିସ କନଷ୍ଟେବଳଙ୍କୁ ଧକ୍କା ମାରି ନିକଟସ୍ଥ ବିଲ ରାସ୍ତା ଦେଇ ଚମ୍ପଟ ମାରିଥିଲେ। ସୂଚନା ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଅଭିଯୁକ୍ତକୁ ଧରିବାକୁ ଏକାଧିକ ଟିମ୍ ଗଠନ କରାଯାଇଥିବା ଜଣାଯାଇଛି।


