July 15, 2024

ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଟଳିଲେ ଜଣେ ନକ୍ସଲ ,ମାଓ ସାମଗ୍ରୀ ଜବତ

1 min read

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଟଳିଲେ ଜଣେ ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ ଧନତରୀ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହେବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲା ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସର୍ଚ୍ଚ ଅପରେସନରେ ଧମତରୀ ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣ ଡିଆରଜି ଟିମ୍‌ସହଯୋଗ କରିଥିଲେ କରିଥିଲେ। ଏହି ସମୟରେ ସେଠାରେ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସେଠାରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିଲା । ଏହାପରେ ନକ୍ସଲମାନେ ଯବାନଙ୍କ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି ।

Leave a Reply

Your email address will not be published. Required fields are marked *