May 9, 2026

ବିଶାଳ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି

1 min read

ଧର୍ମଶାଳା: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅପୂର୍ବ ସଫଳତା ଓ ନୂତନ ସରକାର ଗଠନ ଉପଲକ୍ଷେ ଯାଜପୁରଜିଲ୍ଲା ଚଣ୍ଡିଖୋଲ ଠାରୁ କୁଆଖିଆ ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାଇକ୍ ଶୋଭାଯାତ୍ରାରେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ବିଜେପିର ଜିଲ୍ଲା ସଭାନେତ୍ରୀ ସାମିଲ ଥିଲେ। ସେହିପରି ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ସାହୁ କହିଛନ୍ତି, ଦୁଇଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମିଳିଥିବା ଏହି ଐତିହାସିକ ବିଜୟ, ବିଶେଷକରି ପଶ୍ଚିମବଙ୍ଗରେ ଲାଭ କରାଯାଇଥିବା ନିର୍ବାଚନୀ ସଫଳତା, କେବଳ ଏକ ସାଧାରଣ ବିଜୟ ନୁହେଁ। ବରଂ ଏହା ଭାରତର ଗୌରବକୁ ପୁନଃ ପ୍ରତିଷ୍ଠିତ କରିବାର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଏହା ଜନମନର ଆସ୍ଥା, ସଂଘର୍ଷ ଏବଂ ସଙ୍କଳ୍ପର ବିଜୟ

ଏହି ବିଶାଳ ବାଇକ୍ ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହୃଦୟଙ୍ଗମ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ ଆମ ସଙ୍କଳ୍ପ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସମସ୍ତ ମତଦାତାଙ୍କୁ ଅନ୍ତରିକ କୃତଜ୍ଞତା ଜଣାଉଛି ବୋଳି ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି