April 24, 2026

ଆଗକୁ ପଞ୍ଚୁକ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସୁଅ

1 min read

ପୁରୀ : ଆଗକୁ ପଞ୍ଚୁକ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ। ଏଥିଲାଗି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ। ଏନେଇ ପୁରୀ ଜିଲାପାଳ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବାକୁ ଥିବାବେଳେ ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଏଥିସହିତ ଅଁଳା ନବମୀରେ ଭୋର୍‌ ୫ଟାରୁ ରାଧାପାଦ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବିଳମ୍ବିତ ରାତି ଯାଏ ରାଧାପାଦ ଦର୍ଶନ ଜାରି ରହିଛି। ଦର୍ଶନ ପାଇଁ ୧୧ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ର ବ୍ୟବସ୍ଥା କରାଯାଇଛି।