June 2, 2026

ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା

1 min read

କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍। ଫଳରେ ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀଙ୍କ ସମସ୍ୟା ବଢ଼ିଛି।

ସଂଧ୍ୟାରାଣୀଙ୍କ ବିରୋଧରେ ଏକାଧିକ ସଙ୍ଗୀନ ଦଫା ଲାଗିଛି।BNS 74ରେ ଯାହା ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଆକ୍ରମଣ, BNS 115 ଜାଣିଶୁଣି ଆଘାତ ଦେବା, BNS ଧାରା 351 ଅପରାଧିକ ଧମକ, BNS ଧାରା 308 ଯାହା ଜୋରଜବରଦସ୍ତ ଟଙ୍କା ଆଦାୟ ଏବଂ BNS 296 ସାର୍ବଜନୀନ ସ୍ଥାନରେ ଆପତ୍ତିଜନକ କାର୍ଯ୍ୟ କରିବା ଭଳି ଦଫା ଲାଗିଛି।