September 18, 2026

ଜଣେ ୧୨ବର୍ଷୀୟା ନାବାଳିକା ବଳାତ୍କାରର ଶିକାର

1 min read

ଜମନକିରା: ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମାସ୍ଥିତ ବାବା ମୁକ୍ତେଶ୍ୱର ମନ୍ଦିର ରୋଷେଇ ଗୃହରେ ରବିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଜଣେ ୧୨ବର୍ଷୀୟା ନାବାଳିକା ବଳାତ୍କାରର ଶିକାର ହୋଇଛି। ମନ୍ଦିରର ଜଣେ ସହଯୋଗୀ ପୂଜକ ଶୋଭା ମହାପାତ୍ର ଓରଫ କେଦାର(୩୬)ଙ୍କ ନାମରେ ଆସିଛି ଏହି ଅଭିଯୋଗ। ପୀଡିତା ନାବାଳିକା ବି ଜଣେ ପୂଜକଙ୍କ ଝିଅ ବୋଲି ଜଣାପଡିଛି। ପୀଡ଼ିତାଙ୍କ ମା’ ଏ ନେଇ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ବିଏନ୍‌ଏସ୍‌ ଦଫା ୬୪(୨)ଏଫ୍‌ରେ ଏକ ମାମଲା(ନଂ.୮୭/୨୫) ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତ ଶୋଭାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀମାଇନା ସମ୍ବଲପୁରରେ କରାଯାଇଛି। ସୋମବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜନମକିରା ଥାନା ଆଇଆଇସି ପଦ୍ମାଳୟା ସାହୁ କହିଛନ୍ତି।
ରବିବାର ମନ୍ଦିରର ପୂଜାପାଳି ଥିବା ପୂଜକ ଅନ୍ୟତ୍ର କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅନୁପସ୍ଥିତ ଥିଲେ। ସେ ତାଙ୍କ ବଡ଼ଭାଇଙ୍କୁ ପୂଜାକର୍ମ କରିବାକୁ କହିଥିଲେ। ତାଙ୍କୁ ପୂଜାରେ ସହଯୋଗ କରିବାକୁ ସେ ଅଭିଯୁକ୍ତ ଶୋଭାଙ୍କୁ ଅନୁରୋଧ କରିଥିଲେ। ଏଥିରେ ରାଜି ହୋଇ ଶୋଭା ମନ୍ଦିର ଯାଇଥିଲେ। ପୂଜା ଯଥାରୀତି ସରିବା ପରେ ଶୋଭା ମନ୍ଦିର ପରିସରରେ ଥିଲେ। ଏହି ସମୟରେ ସମ୍ପୃକ୍ତ ନାବାଳିକା ମନ୍ଦିର ରୋଷେଇ ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ଶୋଭା ରୋଷେଇ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଏଥିରେ ନାବାଳିକାଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘରକୁ ଫେରି ସେ ସବୁ କଥା ତାଙ୍କ ମା’ଙ୍କୁ କହିଥିଲେ। ଏ ସଂକ୍ରାନ୍ତରେ ମନ୍ଦିର କମିଟି ସଭାପତି ପି.କେ.କନପାନଙ୍କୁ ପଚାରିବାରୁ ମନ୍ଦିର ଓ ମନ୍ଦିର ପରିସରକୁ ଶୁଦ୍ଧ କରାଯିବ ବୋଲି ସେ କହିଛନ୍ତି