March 10, 2026

ଜୀବନ ହାରିଲେ ମହିଳା କନଷ୍ଟେବଳ

1 min read

ବାଲେଶ୍ଵର : ଜୀବନ ହାରିଲେ ମହିଳା କନଷ୍ଟେବଳ। ବାଲେଶ୍ଵର ପୁଲିସ୍ ବାରାକ୍ ରୁ ଜଣେ ମହିଳା କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ବାଲେଶ୍ଵର ରେମୁଣା ଅଞ୍ଚଳର ଯଶୋଦା ଦାସ ବୋଲି ଜଣାପଡିଛି। ପୁଲିସ୍ ର ପ୍ରାଥମିକ ତଦନ୍ତ ଅନୁଯାୟୀ ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଯଶୋଦାଙ୍କର ଦୀର୍ଘ ଦିନ ଧରି ସମ୍ପର୍କ ଥିଲା। ତେଣୁ ପ୍ରେମଜନିତ କାରଣରୁ ସେ ଜୀବନ ହାରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣାରେ ପୁଲିସ୍ ଅଧିକ ଛାନଭିନ୍ ଜାରି ରଖିଛି