March 14, 2026

ବ୍ରିଜ୍ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

1 min read

ଟିଟଲାଗଡ : ବ୍ରିଜ୍ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଟିଟଲାଗଡ ଜିଲ୍ଲା ବଲାଙ୍ଗୀର-କଳାହାଣ୍ଡି ରାସ୍ତା ବେଲଗାଁ ରେ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍ ତଳୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଯୁବକଙ୍କୁ କେହି ଜଣେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।