February 26, 2026

ଋଷିକୁଲ୍ୟା ମୁହାଁଣରେ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

1 min read

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଁଣ ବେଳାଭୂମି ଅଂଚଳରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ୩୮ ହଜାର ୭୭୯ ଓ ଦ୍ୱିତୀୟ ଦିନରେ ୩୯ ହଜାର ୫୨୧ମୋଟ ଦୁଇଦିନରେ ୭୮ ହଜାର ୩୦୦ କଇଁଛ ବେଳାଭୂମି ଉପରକୁ ଉଠି ଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମୁଦ୍ରକୂଳ ନିକଟରେ ଅନେକ କଇଁଛ ପହଁରୁଥିବାରୁ ଆଉ କିଛିଦିନ ଗଣ ଅଣ୍ଡାଦନ ହେବାର ଆଶା କରାଯାଉଛି। ବନ ବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷାକୁ କଡାକଡ଼ି କରାଯାଇଥିବା ଜଣାପଡ଼ିଛି। ବିଶେଷକରି ପୋଡ଼ମପେଟାଠାରୁ ସିଦ୍ଧାନ୍ତ ନଗର ଓ ସମୁଦ୍ର ମୁହାଁଣଠାରୁ ପୁରୁଣାବନ୍ଧ ମା’ ଗଙ୍ଗାଦେବୀ ସମ୍ମୁଖ ପର୍ଯ୍ୟନ୍ତ ବେଳାଭୂମିରେ ଅଣ୍ଡାଦାନ ହୋଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଥିଲେ।