June 21, 2026

ମୟୂରଭଞ୍ଜ ଜିଲ୍ଲାର କ୍ଷତିଗ୍ରସ୍ତମାନଙ୍କୁ ମିଳିବ ସହାୟତା ରାଶି

1 min read

ବାରିପଦା: କୁଆପଥରଝଡ଼ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର କ୍ଷତିଗ୍ରସ୍ତମାନଙ୍କୁ ସନ୍ଧ୍ୟା ସୁଦ୍ଧା ମିଳିବ ସହାୟତା ରାଶି। ବାଙ୍ଗିରିପୋଷିର ମହୁଲବାରେଳି, ସାରସପୋଷି ସମେତ ଦଶରୁ ଅଧିକ ଘର ବୁଲି ସ୍ଥିତି ଅନୁଧ୍ୟାନ କରିବା ପରେ ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ବି ବୁଲି ସ୍ଥିତିର ଅନୁଧ୍ୟାନ କରିଥିଲେ।