January 24, 2026

ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ଶେଷ

1 min read

ଭୁବନେଶ୍ୱର: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ଶେଷ ହୋଇଛି। ମଧ୍ୟପ୍ରଦେଶ ଝିଅ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି।

ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ଦିନରୁ ବିଭିନ୍ନ ଗଣମାଧ୍ୟମରେ ଅନୁଭବ- ଜାଗୃତିଙ୍କ ବିବାହ ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିଲା। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଏବେ ନିଜେ ଜାଗୃତି ଏହାକୁ ଅଫିସିଆଲ ସ୍ବୀକୃତି ଦେଇଛନ୍ତି। ସୋସିଆଲ ମିଡିଆରେ ଜାଗୃତି ନିଜେ ନିର୍ବନ୍ଧ ଫଟୋ ଶେୟାର କରିଛନ୍ତି।

ଅନେକ ଦିନ ହେବ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ନିର୍ବନ୍ଧ ଫଟୋ ଶେୟାର କରି ଚମକାଇ ଦେଇଛନ୍ତି ଜାଗୃତି। ଖୁବଶୀଘ୍ର ଉଭୟ ବିବାହ କରିବା ନେଇ କଳ୍ପନାଜଳ୍ପନା ହେଉଛି।