September 20, 2026

ଅସୁସ୍ଥ ହୋଇ ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆର୍‌ବିଆଇ ଗଭର୍ଣ୍ଣର

1 min read

ଚେନ୍ନାଇ: ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଚେନ୍ନାଇର ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଆର୍‌ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏସିଡିଟି ଅନୁଭବ କରିବା ପରେ ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ଚେନ୍ନାଇର ଆପୋଲୋ ହସ୍ପିଟାଲ୍‌କୁ ନିଆଯାଇଥିଲା।

ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଓ ଆଗାମୀ ୨-୩ ଘଣ୍ଟା ମଧ୍ୟରେ ଡିସଚାର୍ଜ ହେବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଆର୍‌ବିଆଇର ମୁଖପାତ୍ର ତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ‘‘ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ଏବେ ଭଲ ଅଛନ୍ତି ଓ ଖୁବ୍‌ ଶୀଘ୍ର ଡିସ୍‌ଚାର୍ଜ ହେବେ।