May 9, 2025

ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି

1 min read

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ବାଚସ୍ପତି ଓମ୍‌ ବିର୍ଲା ଅଧିବେଶନ ଆରମ୍ଭରେ ଲୋକ ସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଅଧିବେଶନ ଆରମ୍ଭରୁ ବିରୋଧୀ ଆଦାନୀ ଗ୍ରୁପ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଏବଂ ଓ୍ବାକଫ୍‌ ସଂଶୋଧନ ବିଲ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରି ଉଭୟ ଗୃହରେ ହୋ-ହଲ୍ଲା କରିଥିଲେ। ଏନେଇ ଉଭୟ ଗୃହକୁ ବାଚସ୍ପତି ସ୍ଥଗିତ କରିଥିଲେ। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସମ୍ବିଧାନ ଦିବସ ଅବସରରେ ଗୃହକାର୍ଯ୍ୟ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ବୁଧବାର ପୁଣି ଗୃହର ପ୍ରକ୍ରିୟା ଆରମ୍ଭ ହେବ।

ଅଧିବେଶନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇ କହିଥିଲେ, ସମ୍ବିଧାନର ୭୫ ବର୍ଷରେ ଆମେ ପ୍ରବେଶ କରିଛୁ। ନୂଆ ଏମ୍‌ପିମାନେ ନୂଆ ଆଶା ନେଇ କାମ କରିବାକୁ ଆସିଛନ୍ତି। ଅନେକ ସମସ୍ୟା ରହିଛି, ଅନେକ ବିଷୟରେ ଆଲୋଚନା କରିବାର ଅଛି। ଅଧିବେଶନ ସୁରୁଖୁରୁରେ ଚାଲୁବୋଲି ଆଶା କରୁଛି।