May 30, 2026

ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା

1 min read

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ସିସିଟିଭି ଆଧାରରେ ଚାଲିଛି ତଦନ୍ତ। ଏମ୍ସରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଦିଲ୍ଲୀ ପୁଲିସ ଖୋଳତାଡ ଜାରି ରଖିଛି। ଆଜି ଏହି ଘଟଣାରେ ଦିଲ୍ଲୀ ପୁଲିସ କମିଶନରଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ଡିଜିପି ୱାଇ.ବି ଖୁରାନିଆ। ପୀଡିତା ଜଣଙ୍କ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡ଼ିଛି। ଡିଜିପି କହିଛନ୍ତି ଓଡ଼ିଶା ପୁଲିସ ପୀଡିତାଙ୍କ ପରିବାର ଓ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ରହିଛନ୍ତି। ଘଟଣାକୁ ଗୁରୁତର ସହ ନିଆଯାଇଛି, ଅଭିଯୁକ୍ତଙ୍କ ଧରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରାଯାଉଛି। ଦିଲ୍ଲୀ ପୁଲିସର ସୂଚନା ଆଧାରରେ ଏଯାଏଁ ପୀଡିତାଙ୍କ ଠାରୁ କୌଣସି ସୁରାକ ମିଳିନାହିଁ