ବିଜେଡିରେ ସାମିଲ ହୋଇଛନ୍ତି ସତ୍ୟବାଦୀର ଟାଣୁଆ ନେତା
1 min read
ଭୁବନେଶ୍ୱର: ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ସତ୍ୟବାଦୀର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଶଙ୍ଖ ଭବନରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ଚଳିତ ନିର୍ବାଚନରେ ସେ ବିଜେପିରୁ ଆଶାୟୀ ପ୍ରାର୍ଥୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ କ୍ଷୋଭ ପ୍ରକାଶ କରି ଦଳ ଛାଡିଥିଲେ। ଆଜି ବିଜେଡିରେ ସାମିଲ ହେଉ ହେଉ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ରମାରଞ୍ଜନ।