ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି ୧୯୭୭ରେ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ
1 min read
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମି ୧୯୭୭ରେ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। ରାଜସ୍ବ ପରିଷଦରେ ଏହି ଜମିକୁ ନେଇ ଗତ ୫୦ ବର୍ଷ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି। ଜମିଗୁଡ଼ିକ ପୁଣି ମହାପ୍ରଭୁଙ୍କ ମାଲିକାନାକୁ ଫେରିଛି। ବର୍ତ୍ତମାନର ଆକଳନ ଅନୁସାରେ ଉକ୍ତ ଜମିର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କା ହେବ।
ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ୧୪୭ କ୍ରସର ବନ୍ଦ କରିବାକୁ ନିର୍ଦ୍ଦେଶ
୧୯୨୭ ମସିହାର ସାବିକ ରାଜସ୍ୱ ରେକର୍ଡରେ ପୁରୀ ତହସିଲ ଅନ୍ତର୍ଗତ ଦାମୋଦରପୁର ଶାସନ ମୌଜାର ୫୨.୨୨୦ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିଲା। କିନ୍ତୁ ୧୯୭୭ ମସିହାର ହାଲ୍ ରେକର୍ଡରେ ଦକ୍ଷିଣ ପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। ଜମିକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଏସ୍.ଆର୍.ପି. କେସ୍ ନଂ ୧୦୩/୨୦୨୩ରେ ବିସ୍ତୃତ ଶୁଣାଣି ଓ ତଥ୍ୟର ସମୀକ୍ଷା, ବିଭିନ୍ନ ରାଜସ୍ୱ ଦସ୍ତାବିଜର ଯାଞ୍ଚ ଏବଂ ଆଇନଗତ ତର୍ଜମା ପରେ ଆଜି ରାଜସ୍ବ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁ ମହାପ୍ରଭୁଙ୍କ ନାମରେ ରେକର୍ଡ ସଂଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ପର୍ଷଦଙ୍କ ରାୟର ତ୍ୱରିତ ଅନୁପାଳନ କରି ପୁରୀ ତହସିଲଦାର ସମ୍ପୃକ୍ତ ଜମିର ରାଜସ୍ୱ ରେକର୍ଡ ମଧ୍ୟ ତୁରନ୍ତ ସଂଶୋଧନ କରିସାରିଛନ୍ତି।


