ଅପମିଶ୍ରତି ମଦପିଇ ବିଗତ ୪୮ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ
1 min read
ଇମ୍ଫାଲ: ମଣିପୁରର ଚାନ୍ଦେଲ ଜିଲ୍ଲାରେ ମଦମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ଅପମିଶ୍ରତି ମଦପିଇ ବିଗତ ୪୮ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ତଦନ୍ତ ରିପୋର୍ଟ ମାଗିଛନ୍ତି।
ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ଥିବା ଲୋକଙ୍କୁ ମଣିପୁର ପଶ୍ଚିମରେ ଶିଜା ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇଷ୍ଟିଚ୍ୟୁଟ ଓ ମଣିପୁର ପୂର୍ବସ୍ଥିତ ବବିନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେ ସେଠାରେ ଡାକ୍ତର ଏବଂ ରୋଗୀମାନଙ୍କୁ ଭେଟି କଥାବାର୍ତ୍ତା କରିଛନ୍ତି। ଏଥି ସହିତ ମେଡିକାଲରେ ଚିକିତ୍ସା କିଭଳି ଚାଲିଛି, ସେନେଇ ସମୀକ୍ଷା କରିଛନ୍ତି। ଗୁରୁତରମାନଙ୍କର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଗୁରୁତରମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି।


