୨୭ରେ ହେବ କଂସ ଚୟନ
1 min read
ବରଗଡ଼,୨୦।୧୧: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ
ଜାନୁଆରୀ ମାସ ୨୨ତାରିଖ ପଯର୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ମ୍ଯଯ ଏହି ମହୋତ୍ସବ ପାଇଁ କଂସ ଚୟନ ପ୍ରକ୍ରିୟା ଚାଲିଛି। ଇତିମ୍ଯଯରେ ଆଶାୟୀ କଂସ କଳାକାରଙ୍କ ଆବେଦନ ଅବଧି ସରି ଯାଇଛି। ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୧୦ ଟାରୁ କଂସ ଚୟନ ଆରମ୍ଭ ହେବ। ସେହି ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦନ କରିଥିବା ୪୪କଂସ କଳାକାରଙ୍କୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ଅନୁରୋଧ କରିଛି। ତେବେ ଏଥର ଧନୁଯାତ୍ରା ପାଇଁ କଂସ ଅଭିନୟ ପାଇଁ ମନୋନୀତ କଳାକାର ୨ ବର୍ଷ ପାଇଁ ଅଭିନୟ କରି ପାରିବେ ବୋଲି ସୂଚନା ଦିଆଯାଇଛି। ଏଠାରେ ପ୍ରକାଶଥାଉକି, ଗତବର୍ଷ ମଧ୍ୟ ଧନୁଯାତ୍ରା ପାଇଁ କଳାକାର ଚୟନ ହୋଇଥିଲା। ସେଥିରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ସୁଶିଲ କୁମାର ମେହେର କଂସ ଅଭିନୟ ପାଇଁ ମନୋନୀତ ହୋଇଥିଲେ। ମାତ୍ର ତାଙ୍କ ଅଭିନୟକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇ ଥିବାବେଳେ କେତେକ ମହଲରେ ପ୍ରଶଂସା ମଧ୍ୟ କରାଯାଇଥିଲା। ଏପରିକି ବିଭିନ୍ନ ସଂଗଠନ କଂସ ଅଭିନେତା ବଦଳି ପାଇଁ ଦାବି କରିଥିବାବେଳେ ଆଉ କିଛି ସଂଗଠନ ବଦଳି ନ କରିବା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସ୍ଥିତିରେ ମାନସିକ ଭାରାକ୍ରାନ୍ତ ରହିଥିବା ଦର୍ଶାଇ ଖୋଦ୍ କଂସ ଅଭିନେତା ସୁଶିଲ କୁମାର ମେହେର ଏଥର ଧନୁଯାତ୍ରା ମହୋତ୍ସବର ଅଭିନୟରୁ ଅ୍ଯଯାହତି ନେବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦି୍ଯଯ ଗୋୟଲଙ୍କୁ ଲେଖି ଜଣାଇଥିଲେ। ଏହାପରେ ଧନୁଯାତ୍ରା ମହୋତ୍ସବ ସମିତିର କଳାକାର


