November 14, 2026

ଗଂଜେଇ ଚାଷ କରୁଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିବା ସୂଚନା

1 min read

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୋରିଖାଲ ଗ୍ରାମରେ ଗଂଜେଇ ଚାଷ କରୁଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିବା ସୂଚନାରୁ ଜଣାପଡିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଡାଙ୍ଗସୋରଡା ଗ୍ରାମ ପଞ୍ଚାୟତ ବୋରିଖାଲ ଗ୍ରାମର ସାହେବ କୁମୁରିକା ଓରଫ ମଣ୍ଟୁ। ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ଆଇଆଇସି ଲଳୀତ ମୋହନ ସାଗର ଓ ଡାଙ୍ଗସୋରଡା ଫାଣ୍ଡି ସବ ଇନିସପେକ୍ଟର ମନୋରଂଜନ ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଜିଷ୍ଟେ୍‌ଟ ରୂପେ ଉପସ୍ଥିତ ରହିଥିବା ବେଳେ ରାଜସ୍ବ ଅଧୀକାରୀ, କୃଷୀ ବିଭାଗ କର୍ମଚାରୀ ଓ ଆଇ ଆର ବି ପୁଲିସର ଗୋଟିଏ ସେକ୍ସନ ଫୋର୍ସ ଉପସ୍ଥିତ ରହିଥିଲେ। ବୋରିଖାଲ ଗ୍ରାମ ନିକଟରୁ ଗୋଟିଏ ଜମିରୁ ୨୭୨ଟି ଗଂଜେଇ ଗଛ ଠାବ କରାଯାଇଥିଲା ଏବଂ ଏହାକୁ ଚା‌ଷ କରିଥିବା ମଣ୍ଟୁକୁ ଏନଡିପିଏସ ଆକ୍ଟ ଅଧିନରେ ଧାରା ୨୦(ଏ)(i) ପୁଲିସ ଗିରଫ କରିଥିଲା। ମାଜିଷ୍ଟ୍ରେଙ୍କ ଉପସ୍ଥିତିରେ ଗଂଜେଇ ଗଛ ଗୁଡିକୁ କାଟିବା ସହ ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଥିଲା। ଅଭିଯୁକ୍ତକୁ ମୁନିଗୁଡ଼ା ପୁଲିସ ବିଚାର ବିଭାଗିୟ ଅଦାଲତକୁ ପଠାଇଦେଇଛି।

ସୂଚନାଯୋଗ୍ୟଯେ ଗଂଜେଇ ଚାଷ ଅଭିଯୋଗରେ ପୁଲିସ କାହାରିକୁ ଗିରଫ କରିପାରୁନଥିଲା। ଲକ୍ଷ ଲକ୍ଷ ଗଂଜେଇ ଗଛ ନଷ୍ଟ କରାଯାଉଥିଲା କିନ୍ତୁ ପାହାଡ଼ିଆ ଓ ଅପହଁଚ ଅଞ୍ଚଳ ହୋଇଥବାରୁ ପୁଲିସ କାହାକୁ ଗିରଫ କରିପାରୁନଥିଲା। ପ୍ରଥମଥର ମୁନିଗୁଡ଼ା ପୁଲିସକୁ ଗଂଜେଇ ଚାଷ କରୁଥିବା ଅଭିଯୋଗ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗଂଜେଇ ଚାଷ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି। ଜିଲ୍ଲା ପୁଲିସ ଓ ପ୍ରଶାସନ ସହାୟତାରେ ଗଂଜେଇ ଚାଷ ହେଉଥିବା ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୂଲ୍ୟଭିତ୍ତିକ ଚାଷ କରିବାକୁ ସଚେତନତା କରାଯାଉଛି ଏବଂ ଏହାର ଲାଭ ଉଠାଇବାକୁ ଏସ ପି ଶ୍ରୀ ରାଜ ପ୍ରସାଦ ଅପିଲ କରିଛନ୍ତି।