ଅଗ୍ନି ବିପନ୍ନଙ୍କୁ ସହାୟତା
1 min read
ଡେରାବିଶ,୧୭/୧୦(ନି.ପ୍ର)-ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ବଡସଲାରୋ ଗ୍ରାମର ଅଗ୍ନି ବିପନ୍ନ ରତ୍ନାକର ଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସମାଜସେବୀ ଅଜୟ କୁମାର ରାଉତ। ଶନିବାର ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ରତ୍ନାକର ପାଢ଼ୀଙ୍କ ୨ ବଖରା ଛପର ଘର ସମେତ ସର୍ବସ୍ୱ ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ରତ୍ନାକର ଜଣେ ଦିନ ମଜୁରୀଆ ହୋଇଥିବା ବେଳେ ଏବେ ପରଘରେ ଆଶ୍ରୟ ନେଇଛନ୍ତି। ଖବରପାଇ କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସମାଜସେବୀ ଅଜୟ କୁମାର ରାଉତ ବିପନ୍ନ ପରିବାର ନିକଟରେ ପହଂଚି ଆର୍ଥିକ ସହାୟତା ଓ ପାଲ ପ୍ରଦାନ କରିଛନ୍ତି। ଶ୍ରୀ ରାଉତ ବିପନ୍ନଙ୍କ ଭଲମନ୍ଦ ବୁଝିବା ସହ ଆଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର ସୁକୁମାର ଦାସ ଓ ପରମେଶ୍ବର ମଲ୍ଲ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।


