October 6, 2026

୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲାଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା। ପୁରୀ

1 min read

ପୁରୀ: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲାଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା। ପୁରୀ ସହରରେ ୧୮୯୬ରୁ ତଥ୍ୟ ଅନୁଯାୟୀ, ଗତ କାଲି ଅକ୍ଟୋବର ୫ ତାରିଖରେ ରେକର୍ଡ ହୋଇଥିବା ୩୬.୬ ଡିଗ୍ରି ସେଲସିଅସ୍ ହେଉଛି ଅକ୍ଟୋବର ମାସର ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା। ଏହା ପୂର୍ବରୁ ଦ୍ଵିତୀୟ ସର୍ବାଧିକ ତାପମାତ୍ରା ୨୦୨୪ ଅକ୍ଟୋବର ୪ ତାରିଖରେ ୩୬.୩ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିଲା।