October 6, 2026

ଗତକାଲି ନାଗାଲାଣ୍ଡରେ ସହିଦ ହୋଇଛନ୍ତି ରାୟଗଡ଼ାର ଯୁବକ ଭି ତେଜା

1 min read

ରାୟଗଡ଼ା: ଆସନ୍ତାକାଲି ୭ ତାରିଖରେ ପାଳିଥାନ୍ତେ ୩୧ତମ ଜନ୍ମଦିନ, ଡିସେମ୍ବର ମାସରେ ହୋଇଥାନ୍ତା ବାହାଘର, ବାହାଘର ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା I ସାଙ୍ଗସାଥୀ ପରିବାର ଖୁସି ଥିଲେ, ୫୦ ଦିନ ପାଇଁ ଛୁଟି ମଧ୍ୟ ମଞ୍ଜୁରୀ ହୋଇଥିଲା କିନ୍ତୁ ବିଧିର ବିଧାନ ଥିଲା ଅଲଗା I ଗତକାଲି ନାଗାଲାଣ୍ଡରେ ସହିଦ ହୋଇଛନ୍ତି ରାୟଗଡ଼ାର ଯୁବକ ଭି ତେଜା I ସେ ଭାରତୀୟ ସେନାର ଆସାମ ରାଇଫଲସରେ ଯବାନ ରୂପେ କାର୍ଯ୍ୟରତ ଥିଲେI ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ତାଙ୍କୁ ଗୁଳି ବାଜିଥିଲା I ସେଠାରେ ଟଳି ପଡ଼ିଥିଲେ ତେଜା I ଘଟଣା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ତୁରନ୍ତ ନିଆ ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଗତକାଲି ଖବର ପହଞ୍ଚିବI ପରେ ରାୟଗଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I