ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳିତ
1 min read
ଡେରାବିଶ: ଡେରାବିଶ ବ୍ଲକ ମିଶନ ଶକ୍ତି ଭବନ ପରିସରରେ ସୋମବାର ପ୍ରକଳ୍ପ ସ୍ତରୀୟ ନବମ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ଯୋଜନା ଅଧିକାରିଣୀ ହରପ୍ରିୟା ଦେବୀ ସଂଯୋଜନା କରିଥିଲେ। ସେପ୍ଟେମ୍ବର ୯ ତାରିଖରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଖାଦ୍ୟର ବିବିଧତା,ଆମ ପୋଷଣ ଆମ ହାତରେ, ଗୋଷ୍ଠୀ ସହିତ ସୁସମ୍ପର୍କ , ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ଅନୁଷ୍ଠିତ ବ୍ଲକ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟର ଯୋଗଦେଇ ପ୍ରାରମ୍ଭିକ ବାଲ୍ୟାବସ୍ଥାର ଯତ୍ନ, ଶିକ୍ଷା ଓ ବିକାଶ ଉପରେ ମତ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଡେପୁଟି କଲେକ୍ଟର ସରୋଜ କୁମାର ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ତହସିଲଦାର ସରୋଜକାନ୍ତ ନାୟକ ଓ ମଣ୍ଡଳ ଉନ୍ନୟନ ଅଧିକାରିଣୀ ନମିତା ବାରିକ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଖାଦ୍ୟର ବିବିଧତା ଉପରେ ଏକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅବିନାଶ ବେହେରା,ସୁବାଶିଷ ଜେନା, ଅକ୍ଷୟ କୁମାର ସେଠୀ, ବିଭାଗୀୟ ସମସ୍ତ ପରିଦର୍ଶିକା ମାନେ ପରିଚାଳନା କରିଥିଲେ।


