October 5, 2026

ବରବରା ଜଙ୍ଗଲରୁ ଏକ ଅଚିହ୍ନା ନର କଙ୍କାଳ ଉଦ୍ଧାର ହୋଇଛି

1 min read

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ଦାମିଆ ବରବରା ଜଙ୍ଗଲରୁ ଏକ ଅଚିହ୍ନା ନର କଙ୍କାଳ ଉଦ୍ଧାର ହୋଇଛି ।
ନାଣ୍ଡୁରୁ ଗାଁ ନିକଟସ୍ଥ ରାଜିନୀ ସଂରକ୍ଷିତ ଘଞ୍ଚ ଜଙ୍ଗଲ ମଧ୍ୟରୁ ପ୍ୟାଣ୍ଟ, ଜ୍ୟାକେଟ ଓ ଜୋତା ପିନ୍ଧା ଅବସ୍ଥାରେ ମିଳିଛି ଏହି କଙ୍କାଳ । ସୂଚନା ପାଇ ଜଙ୍ଗଲ ବିଭାଗର ବାଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ନର କଙ୍କାଳ ଜବତ କରିଛି l ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛି ।
ତେବେ ଏହା ହତ୍ୟା ନା ସ୍ୱାଭାବିକ ମୃତ୍ୟୁ, କିଏ ଏହି ମୃତ ବ୍ୟକ୍ତି, ଜଙ୍ଗଲ ଭିତରକୁ କିପରି ଆସିଲେ, ଏସବୁକୁ ନେଇ ଏବେ ରହସ୍ୟ ଘନୀଭୂତ ହୋଇଛି । ତେବେ ଏ ନେଇ ବାଣପୁର ପୋଲିସ 14/26 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ଉକ୍ତ କଙ୍କାଳକୁ କଟକସ୍ଥିତ ଏଫଏମଟି ବିଭାଗକୁ ପଠାଇବ ବୋଲି ଜଣାପଡିଛି l