October 5, 2026

ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଡେରାବିଶ

1 min read

ଡେରାବିଶ: ଡେରାବିଶ ବ୍ଲକ ହରିଅଙ୍କ ପଞ୍ଚାୟତ ଅନ୍ତର୍ଗତ ରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟକ୍ଷା ରୀନା ମିଶ୍ରଙ୍କ ସଂଯୋଜନାରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞା ମିଶନ ପକ୍ଷରୁ ସ୍ବାମୀ ବିବେକାନନ୍ଦ ଗିରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ର ଦୁର୍ଗା ମାଧବ ପଣ୍ଡା ଓ ମହେଶ ଦାଶ ବେଦ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଗୀତା ଆବୃତ୍ତି କରିଥିଲେ।ବିଚାରକ ମଣ୍ଡଳୀଙ୍କ ମନୋନୟନ କ୍ରମେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବତନ ଅଧ୍ୟକ୍ଷ ଆର୍ତତ୍ରାଣ ବିଶ୍ବାଳ, ଅଧ୍ୟାପକ ନିଶିକାନ୍ତ ପଣ୍ଡା, କୈଳାସ ଚନ୍ଦ୍ର ରଥ, ହରପ୍ରିୟା ପରିଡ଼ା, ଡ଼ ମନୋରଞ୍ଜନ ନାୟକ, ପ୍ରକାଶ ଚନ୍ଦ୍ର କର, ଆଲୋକ ରଂଜନ ଦାଶ ଓ ମିନକେତନ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରମେଶ ଚନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।