ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ଘୋଷଣା କରିଛି
1 min read
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ଘୋଷଣା କରିଛି। ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ।ସେହିପରି ଦଳର କୋଚ୍ ଏବଂ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୫.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି। ଦଳର ଐତିହାସିକ ସଫଳତାକୁ ସମ୍ମାନ ଜଣାଇ ହକି ଇଣ୍ଡିଆ ଏହି ପୁରସ୍କାର ଘୋଷଣା କରିଛି।


