September 18, 2026

ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି

1 min read

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।

ଆସନ୍ତା ୨୪ ତାରିଖ ସୁଦ୍ଧା ପୌରସଂସ୍ଥା ଓ NACର ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ। ପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ। ଅକ୍ଟୋବରରେ ୩ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ଜାରି କରାଯାଇଛି। ଅକ୍ଟୋବର ୭ ତାରିଖ ସୁଦ୍ଧା ପ୍ରୋଭିଜନାଲ ବିଜ୍ଞପ୍ତି ବାହାରିବ ବୋଲି ବିଭାଗ ପକ୍ଷରୁ ଅବଗତ କରାଯାଇଛି।

ଅକ୍ଟୋବର ୭ରୁ ୨୧ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ କରିପାରିବେ। ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ହେବ। ଅପିଲର ନିଷ୍ପତ୍ତି ପରେ ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।