September 16, 2026

ଓଡ଼ିଶାରେ ପୁଣି ଏକ ଲଘୁଚାପ ବର୍ଷା ଆଣିବାର ସମ୍ଭାବନା

1 min read

ଭୁବନେଶ୍ୱର:ଓଡ଼ିଶାରେ ପୁଣି ଏକ ଲଘୁଚାପ ବର୍ଷା ଆଣିବାର ସମ୍ଭାବନା ଦେଖାଦେଇଛି। ଉତ୍ତର ଥାଇଲାଣ୍ଡ ଉପରେ ଆଜି ସକାଳେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଲଘୁଚାପ ସୃଷ୍ଟି ହେବା ପରେ ଏହା ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ପାଗ ପରିବର୍ତ୍ତନ ସହ ବର୍ଷାର ସମ୍ଭାବନା ରହିଛି।