ଦେଶରେ ପିଆଜର ବୃଦ୍ଧି ପାଉଥିବା ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ
1 min read
ନୂଆଦିଲ୍ଲୀ: ଦେଶରେ ପିଆଜର ବୃଦ୍ଧି ପାଉଥିବା ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ରିହାତି ଦରରେ ପିଆଜ ବିକ୍ରି ଆରମ୍ଭ ହେବାର ପ୍ରଥମ ୧୦ ଦିନ ମଧ୍ୟରେ ସରକାର ଦେଶର ୧୭ଟି ଭିନ୍ନ ଭିନ୍ନ ସହରରେ ପ୍ରାୟ ୪,୦୦୦ ଟନ୍ ପିଆଜ ବିକ୍ରି କରିସାରିଛନ୍ତି। କେନ୍ଦ୍ର ସରକାରଙ୍କ ପାଖରେ ଏବେ ‘ନ୍ୟାସନାଲ କୋଅପରେଟିଭ କନଜ୍ୟୁମର୍ସ ଫେଡେରେସନ’ (NCCF) ଏବଂ ‘ନ୍ୟାସନାଲ ଆଗ୍ରିକଲଚରାଲ କୋଅପରେଟିଭ ମାର୍କେଟିଂ ଫେଡେରେସନ’ (NAFED) ଜରିଆରେ ପ୍ରାୟ ୧.୨୧ ଲକ୍ଷ ଟନ୍ ପିଆଜର ଷ୍ଟକ୍ ରହିଛି।
ପିଆଜ ଏକ୍ସପ୍ରେସ୍’ ଜରିଆରେ ପିଆଜ ଯୋଗାଣ
ପିଆଜ ଦର ଉପରେ ରୋକ୍ ଲଗାଇବା ପାଇଁ ଏହି ଏଜେନ୍ସିଗୁଡ଼ିକ ଉତ୍ପାଦକ ରାଜ୍ୟଗୁଡ଼ିକରୁ ପିଆଜ ଆଣି ଅଧିକ ଚାହିଦା ଥିବା ସହରଗୁଡ଼ିକରେ ପହଞ୍ଚାଉଛନ୍ତି। ଏହି ପରିବହନ ପାଇଁ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍ ‘ପିଆଜ ଏକ୍ସପ୍ରେସ୍’ ଏବଂ ଟ୍ରକଗୁଡ଼ିକର ବ୍ୟବହାର କରାଯାଉଛି। ଦିଲ୍ଲୀ ଏବଂ ଚେନ୍ନାଇରେ ପିଆଜ ଏକ୍ସପ୍ରେସ୍ ଜରିଆରେ ପିଆଜ ପହଞ୍ଚି ସାରିଥିବା ବେଳେ ଏବେ ଆସାମର ଗୌହାଟୀ ପଠାଯିବା ପାଇଁ ପ୍ରସ୍ତୁତି ଚାଲିଛି।


