ଭାରତରେ ଆୟୋଜିତ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍
1 min read
ମୁମ୍ବାଇ: ଆସନ୍ତା ୨୦୨୭ ମସିହା ଫ୍ରେବୃୟାରୀ ୧୪ରୁ ୨୮ ଯାଏ ଭାରତରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ଆଇସିସି ବିଶ୍ୱ ମହିଳା କ୍ରିକେଟ ଚାମ୍ପିଅନ୍ସିପ । ଆଇସିସି ପକ୍ଷରୁ ବୁଧାବାର ଏହି ନିଷ୍ପତି ନିଆଯାଇଛି । ଏହି ଟୁର୍ଣ୍ଣାମେଂଟରେ ୬ଟି ଟିମ୍ ଅଂଶଗ୍ରହଣ କରିବେ । ମୁମ୍ବାଇ ଏବଂ ଭଦୋଦରାଠାରେ ମ୍ୟାଚ୍ଗୁଡିକ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଂଟ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ପୂର୍ବରୁ ନିଷ୍ପତି ନିଆଯାଇଥିଲା । ତେବେ ଶ୍ରୀଲଙ୍କା କ୍ରିକୋଟ ବୋର୍ଡ ନିର୍ଦ୍ଧାରିତ ସର୍ତାବଳୀ ପାଳନ କରି ନ ପାରିବାରୁ ଅନ୍ୟ କେଉଁ ଦେଶରେ ଖେଳାଯିବାକୁ ନିଷ୍ପତି ହୋଇଥିଲା । ଏଥିପାଇଁ ଭାରତ ସମେତ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଦାବିଦାର ଥିଲେ । ଶେଷରେ ଆଇସିସି ଭାରତକୁ ଭେନ୍ୟୁ ଭାବେ ବାଛିଛି ।


