ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ କରିଛନ୍ତି
1 min read
ଦାରିଙ୍ଗବାଡି, ୧।୯ :ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ କରିଛନ୍ତି। ସେଠାରେ ସଭା ଓ ଶୋଭାଯାତ୍ରାରେ ସାମିଲ ହୋଇ ଡ୍ରାଇଭର ଏକତାକୁ ସୁଦୃଢ କରିବେ ଏଥି ସହ ସେମାନଙ୍କ ମୌଳିକ ଦାବି ଓ ରହିଥିବା ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ଦାରିଙ୍ଗବାଡି ଡ୍ରାଇଭର ମହାସଂଘର ସମ୍ପାଦକ ରାହୁଲ ନାୟକ ସୂଚନା ଦେଇଛନ୍ତି। ଉକ୍ତ ବ୍ଲକର ଡ୍ରାଇଭରଙ୍କ ମଧ୍ୟରେ ଭାଇଚାରାକୁ ସୁଦୃଢ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା, ଭତ୍ତା ଓ ବିଭିନ୍ନ ଦାବି ଉପରେ ଆଲୋଚନା ହେବ ବୋଲି ସ୍ଥାନୀୟ ଡ୍ରାଇଭରମାନେ କହିଛନ୍ତି।


