August 15, 2026

୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା

1 min read

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ ମଧୁବାବୁ ପେନସନ୍ ଯୋଜନା, ତେବେ ଆସନ୍ତୁ ଏହି ଘୋଷଣା ଉପରେ ନଜର ପକାଇବା…

୧ କୋଟିରୁ ଅଧିକ ‘ସୁଭଦ୍ରା’ ହିତାଧିକାରୀ ସାମିଲ କରିବାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ଏହି ସ୍କିମ୍‌ରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ମହିଳାଙ୍କୁ ୫ ବର୍ଷରେ ୫୦,୦୦୦ ଟଙ୍କା ମିଳିବ।ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ ୭ ଲକ୍ଷ ହିତାଧିକାରୀ ସାମିଲ ହେବେ,ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ ନିଯୁକ୍ତି ପରେ ଆଗାମୀ ଦିନରେ ଆଉ ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି