ଯାଜପୁର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
1 min read
ଯାଜପୁର ତା ୧୫/୦୮/୨୦୨୬ ରିଖ ଶନିବାର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦେଶକ୍ରମେ ଆଜି ଏକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ସିଭିଲ କୋର୍ଟ, ଯାଜପୁର ପରିସରରେ ଅନୁଷ୍ଠିତ ହୋଇଯଇଅଛି। ଏହି ଶିବିର କୁ ମାନ୍ୟବର ଜିଲ୍ଲା ଜଜ୍ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ଭାବେ ଉଦଘାଟନ କରିଥିଲେ। ଏହି ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ସକାଳ ୯ଟା ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନଗେନ୍ଦ୍ର ନାଥ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ଚିକିତ୍ସକ ଏବଂ ଓଡ଼ିଶା ରକ୍ତ ସଂଗ୍ରହ କେନ୍ଦ୍ର, ଯାଜପୁର ଚିକିତ୍ସାଳୟ ଶାଖାର ଚିକିତ୍ସକ ଡକ୍ଟର ପ୍ରଶାନ୍ତ କୁମାର ବିଶ୍ୱାଳ ଏବଂ କର୍ମକର୍ତ୍ତା ମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏହି ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରରେ ଯାଜପୁରର ବିଭିନ୍ନ କୋର୍ଟ ର ବିଚାରପତି, କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ, କର୍ମଚାରୀ, ବିଭିନ୍ନ ବାର ଆସୋସିଏସନର ସଦସ୍ୟ, ପରାଲିଗାଲ ସ୍ୱେ୍ଛାସେବୀମାନେ, ଯାଜପୁର ଜିଲ୍ଲା କାରାଗାରର କର୍ମଚାରୀ ଓ ସଚେତନ ନାଗରିକ ମାନେ ନିଜର ବହୁମୂଲ୍ୟ ରକ୍ତ ଦାନ କରିଥିଲେ। ଏହି ଶିବିର ରେ ମୋଟ ୩୨ ଜଣ ରକ୍ତ ଦାନ କରିଥିଲେ ଓ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଜିଲ୍ଲା ଓ ଦୌରାଜଜ ସମସ୍ତ ଡୋନର ମାନଙ୍କୁ ଫୁଲ ଓ ଚାରାଗଛ ଦେଇ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର କୋର୍ଟର ବିଚାରପତି ମାନେ, ବିଭିନ୍ନ ଓକିଲ ସଂଘର ସଭାପତି ଏବଂ ସମ୍ପାଦକ, ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ଏବଂ ସିଭିଲ କୋର୍ଟ ର ରେଜିଷ୍ଟ୍ରାର ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ ପରିଚାଳନା କରିବା ସହିତ ରକ୍ତ ଦାନ କରିଥିବା ବ୍ୟକ୍ତି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ସମସ୍ତଙ୍କୁ “ରକ୍ତଦାନ ମହତ ଦାନ” ବୋଲି କହିଥିଲେ । ପରିଶେଷରେ ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି ନିମନ୍ତେ ଉପେନ୍ଦ୍ର କୁମାର ହାଇସ୍କୁଲ, ଯାଜପୁରର ଛାତ୍ର-ଛାତ୍ରୀ ମାନଙ୍କ ଦ୍ୱାରା ସିଭିଲ କୋର୍ଟ ପରିସରରେ ଏକ ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା।


