June 29, 2026

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

1 min read

ଭଞ୍ଜନଗର: ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ପୂର୍ବ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ଭକ୍ତିଭାବ ଓ ଆଡ଼ମ୍ବରର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ରାଜସ୍ୱ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

ସକାଳ ୮ଟାରେ ରତ୍ନବେଦୀ ସଂସ୍କାର ନୀତି ସମ୍ପନ୍ନ ହେବା ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରାଯାଇଥିଲା। ପରେ ସୂର୍ଯ୍ୟପୂଜା, ଦେବନୀତି ଓ ପବିତ୍ର ସ୍ନାନନୀତି ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଥିଲା। ଏହାପରେ ଶ୍ରୀଜୀଉମାନଙ୍କ ସାଜସଜ୍ଜା, ଆଳତୀ, ବଲ୍ଲଭ ଭୋଗ ଓ ଶୁଖିଲା ଭୋଗ ଲାଗି ନୀତି ଅନୁଷ୍ଠିତ ହୋଇଥିଲା।