August 13, 2026

ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ, ସଂଖ୍ୟା ୧୧ କୁ ବୃଦ୍ଧି

1 min read

କେନ୍ଦୁଝର: ତାମିଲନାଡୁ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଚିକିତ୍ସାଧୀନ ସୁମିତ୍ରା ଜୁଆଙ୍କ (୧୬)ଙ୍କ ଆଜି ମୃତ୍ୟୁ ଘଟିଛି। ଏହା ପରେ ସେଠାରେ କାମ କରୁଥିବା ଓଡ଼ିଆ ଜୁଆଙ୍ଗ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ପୂର୍ବରୁ ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି (ଶୁକ୍ରବାର) କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଓରିଆବିରିଦା ପଞ୍ଚାୟତ ଅନ୍ତର୍ଗତ ପିଟାନାଳୀ ଗ୍ରାମର ନୀଳମଣି ଜୁଆଙ୍ଗଙ୍କ ଝିଅ ସୁମିତ୍ରା ଜୁଆଙ୍ଗ(୧୬)ଙ୍କ ଚେନ୍ନାଇସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।