June 18, 2026

ଭତ୍ତା ନ ମିଳିବାରୁ ବୃଦ୍ଧାଙ୍କ ଆତ୍ମହତ୍ୟା

1 min read

ବେଗୁନିଆପଡ଼ା: ତିନିମାସ ହେଲା ଭତ୍ତା ମିଳି ନ ଥିବାରୁ ଗଞ୍ଜାମଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ମର୍ଦ୍ଦକୋଟ ପଞ୍ଚାୟତ ଚଢ଼େୟାପଡ଼ା ଗ୍ରାମର ବି.ସାବିତ୍ରୀ ଦୋରା (୬୭) ଗତ ରବିବାର କୀଟନାଶକ ପିଇ ଆତ୍ମହତ୍ୟା‌ କରିଥିବା ଅଭିଯୋଗ ହୋଇଥିଲା। ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଅଭିଯୋଗର ତଦନ୍ତ ପାଇଁ ‌ବେଗୁନିଆପଡ଼ା ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ତେବେ ଘଟଣାକୁ ଚାରିଦିନ ବିତିଥିଲେ ମଧ୍ୟ କୌଣସି ଅଧିକାରୀ ତଦନ୍ତ ପାଇଁ ପହଞ୍ଚି ନାହାନ୍ତି। ବେଗୁନିଆପଡ଼ା ବିଡିଓ ସୁନୀଲ କୁମାର ସାମନ୍ତ କହିଛନ୍ତି, ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ହେବ। ଭତ୍ତା ନ ମିଳିବାରୁ ମାନସିକ ଭାରସାମ୍ୟ ହରାଇ ସାବିତ୍ରୀ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା ପରିବାରବର୍ଗ ଆଜି ବି ଦୋହରାଇଛନ୍ତି ବୋଲି ସରପଞ୍ଚ ସନ୍ତୋଷ ବିଶ୍ବାଳ କହିଛନ୍ତି।