June 18, 2026

ବିଶ୍ୱ ରାଜନୈତିକ କ୍ଷେତ୍ରରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ୱସ୍ତିକର ଖବର

1 min read

ପ୍ୟାରିସ୍: ବିଶ୍ୱ ରାଜନୈତିକ କ୍ଷେତ୍ରରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ରାଷ୍ଟ୍ରପ ଗତ କିଛି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିପଦପୂର୍ଣ୍ଣ ସାମରିକ ଏବଂ କୂଟନୈତିକ ସଂଘର୍ଷର ଶେଷରେ ଅନ୍ତ ଘଟିଛି।ତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏକ ଐତିହାସିକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି, ଯାହାକୁ ବିଶ୍ୱ ଶାନ୍ତି ଦିଗରେ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି

ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ରାତ୍ରୀଭୋଜନରେ ଯୋଗ ଦେଇଥିଲେ । ଟ୍ରମ୍ପ ଚୁକ୍ତିନାମାର ହାର୍ଡ କପିରେ ସ୍ୱାକ୍ଷର କରିଥିଲେ ଏବଂ ଗର୍ବର ସହିତ ସାମ୍ବାଦିକମାନଙ୍କୁ ‘ଇଟସ୍ ସାଇନଡ୍’ ବୋଲି କହିଥିଲେ। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ ହୋଇଥିଲା ଏବଂ ଡିଜିଟାଲ୍ କପିଗୁଡ଼ିକ ତୁରନ୍ତ ଇରାନ ଏବଂ ମଧ୍ୟସ୍ଥତାକାରୀ ଦେଶଗୁଡ଼ିକୁ ପଠାଯାଇଥିଲା।