June 17, 2026

ପାହାଳ ଅଞ୍ଚଳରୁ ଯୁବକଙ୍କ ମୃତଦେହ

1 min read

ଭୁବନେଶ୍ୱର : ପାହାଳ ଅଞ୍ଚଳରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଦୁଇଜଣଙ୍କୁ ଗିରଫ କଲା ପୁଲିସ। ହାଇୱା ମାଲିକ ଏବଂ ହାଇୱା ମାଲିକଙ୍କ ଭାଇଙ୍କୁ ଗିରଫ କରାଯାଇଛି।
ଅଭିଯୋଗ ଅନୁସାରେ ପାହାଳ ଥାନା ଅଞ୍ଚଳରେ ସ୍ଥାନୀୟ ଅନନ୍ତପୁରର ପ୍ରଭାତ ବେହେରା(୩୪)ଙ୍କ ମୃତଦେହ ସକାଳୁ ଦେଖିବାକୁ ମିଳିଥିଲା। ସେ ହାଇୱା ପରିଚାଳକ ଭାବରେ କାର୍ଯ୍ୟ କରନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ନଖରା-ନିଆଳି ରାସ୍ତା ଅବରୋଧ କରିଥିଲେ ଉତ୍ତେଜିତ ଜନତା। ଫଳରେ ଉଭୟ ପଟେ ଶହ ଶହ ଗାଡ଼ି ଅଟକିଥିଲା। ଉତ୍ତେଜନାସ୍ଥଳରେ ପାହାଳ ପୁଲିସ୍ ପହଂଚି ବୁଝାସୁଝା କରିବା ପରେ ଭିଡ଼ ହଟିଥିଲା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହାଇଓ୍ୱା ମାଲିକ ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି।