January 24, 2026

ପତ୍ନୀଙ୍କୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

1 min read

ଭୁବନେଶ୍ବର: ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଚାଞ୍ଚଲ୍ୟ। ଇଫୋସିଟି ଥାନା ଅନ୍ତର୍ଗତ ପଟିଆ-ସିପିଇଟି ରାସ୍ତାରେ ଗାଡ଼ି ଚଢ଼ାଇ ପତ୍ନୀଙ୍କୁ ମାରିଦେବାକୁ ଉଦ୍ୟମ ଅଭିଯୋଗରେ ସ୍ବାମୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ସ୍ବାମୀ ପ୍ରଥମେ ପତ୍ନୀଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲେ। ତାଙ୍କ ପତ୍ନୀ ସ୍କୁଟିରୁ ପଡ଼ିଯିବା ପରେ ତାଙ୍କୁ ୫୦୦ ମିଟର ଘୋଷାରି ନେଇଥିଲେ।

ସ୍କୁଟିରୁ ପଡ଼ିଯିବା ପରେ ତାଙ୍କୁ ଘୋଷାରି ନେଇ ମାରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ଗାଡ଼ିକୁ ପିଛା କରି ଅଭିଯୁକ୍ତକୁ ଧରିଥିଲେ। ଗୁରୁତର ପତ୍ନୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅଭିଯୁକ୍ତ ସ୍ବାମୀକୁ ଧରି ପୁଲିସ ଜିମାରେ ଦେଇଥିଲେ ଲୋକେ। ପ୍ରେମ ଜନିତ ସମ୍ପର୍କକୁ ନେଇ ସୈତାନ ସ୍ବାମୀର ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଇନଫୋସିଟି ଥାନା ପକ୍ଷରୁ ଗିରଫ କରାଯାଇଛି ଏବଂ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *