ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ
1 min read
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିବା ପରେ ଅନେକ ବରିଷ୍ଠ ନେତା, ମନ୍ତ୍ରୀ, ଏଭଳି କି ବିଶ୍ୱର ପ୍ରମୁଖ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ ମଧ୍ୟ ବୁଧବାର ପ୍ରଧାମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୋଦୀ କହିଛନ୍ତି, ଆପଣଙ୍କ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆମ ଦୁଇ ରାଷ୍ଟ୍ର ଏବଂ ଲୋକଙ୍କ ପାରସ୍ପରିକ ଲାଭ ପାଇଁ ଆମର ଭାରତ-ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗୀତାର ଦୃଢ଼ ଗତିକୁ ଆଗକୁ ବଢ଼ାଇବା ପାଇଁ ମୁଁ ଅପେକ୍ଷା କରିଛି।


