June 8, 2026

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା

1 min read

କଟକ,୮।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପି ଖିଲାରୀ ରିଷିକେଶ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିସିପି କହିଛନ୍ତି, ଚନ୍ଦ୍ରିକା ବ୍ରିଜ ନିକଟକୁ ପ୍ରାଇଭେଟ ଗାଡ଼ିରେ ଆସିଥିବା ସିସିଟିଭି ଫୁଟେଜରୁ ମିଳିଛି। ଅନ୍ୟପକ୍ଷେ ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ଏହାର ତଦନ୍ତ ହେଉଛି ବୋଲି ସେ କହିଛନ୍ତି। ଏପରିକି ମୋବାଇଲ ନମ୍ବର ଯାଞ୍ଚ ସହ ହ୍ବାଟ୍ସଆପ୍‌ ଚାଟିଂ ଯାଞ୍ଚ ହେଉଛି। ସେଥିରୁ କିଛି ସୁରାକ ମିଳିଛି। ପୋଲିସ ୨ଟି ଟିମ୍‌ ଗଠନ କରାଯାଇ ବୟଫ୍ରେଣ୍ଡଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ସ୍ଥାନରେ ଟିମ୍‌ ଢାଉ କରିଛି।

ଚନ୍ଦ୍ରିକା ନିଜ ରଙ୍ଗକୁ ନେଇ ନେଇ ଚିନ୍ତିତ ଥିଲେ ପରିବାର ଲୋକେ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି।