June 2, 2026

ନେତାନ୍ୟାହୁଙ୍କୁ କଡ଼ା ସମାଲୋଚନା କଲେ ଟ୍ରମ୍ପ

1 min read

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ତୀବ୍ର ସମାଲୋଚନା କରିଛନ୍ତି। ଇରାନ ସହିତ ଚାଲିଥିବା ଶାନ୍ତି ଆଲୋଚନା ବନ୍ଦ ହେବା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଲେବାନନ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରୁଛନ୍ତି। ଲେବାନନରେ ଆକ୍ରମଣ ବନ୍ଦ କରିବାକୁ ଟ୍ରମ୍ପ ନେତାନ୍ୟାହୁଙ୍କୁ ଫୋନ୍ କରିଥିଲେ। ମିଡ଼ିଆ ଆକ୍ସିଓସ ଜଣେ ଆମେରିକୀୟ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ ନେତାନ୍ୟାହୁଙ୍କ ସହିତ ଫୋନ୍‌ କଲ୍ ସମୟରେ ଟ୍ରମ୍ପ କହିଥିଲେ, ତୁମେ ସମ୍ପୂର୍ଣ୍ଣ ପାଗଳ। ଯଦି ମୁଁ ନ ଥାନ୍ତି, ତେବେ ତୁମେ ଏବେ ଜେଲ୍‌ରେ ଥାଆନ୍ତ।