May 27, 2026

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

1 min read

ରାୟଗଡା: ଘରୋଇ କନ୍ଦଳ ଯୋଗୁଁ ପତ୍ନୀଙ୍କୁ ନିର୍ମମ ହତ୍ୟା କରିବା ମାମଲାରେ ବିଚାରଣା କରି ରାୟଗଡା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଳ୍ପନା ସ୍ବାଇଁ ଅଭିଯୁକ୍ତ କୃଷ୍ନ ମାଝିକୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ରାୟ ପ୍ରକାଶ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକା ୬ମାସ ସଶ୍ରମ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ନିଜ ରାୟରେ ପ୍ରକାଶ କରିଛନ୍ତି । ସୂଚନାରୁ ଜଣାପଡିଛି ୩୦/୦୯/୨୦୨୨ ତାରିଖରେ ଘରୋଇ କନ୍ଦଳକୁ କେନ୍ଦ୍ର କରି ବିଲମ୍ବିତ ରାତିରେ ଟିକିରି ଥାନା ଅନ୍ତର୍ଗତ ଚଣାପୁକେଲ ଗ୍ରାମରେ କୃଷ୍ନ ମାଝି ନିଜ ପତ୍ନୀ ହକା ମାଝିଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ବେକ ଏବଂ ବଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳ‌ରେ ହକା ମାଝିଙ୍କ ମୃତ୍ୟୁ ହୋଇଯାଇଥିଲା । ଏନେଇ ହକା ମାଝିଙ୍କ ଭାଇ ଗୋପାଳ ମାଝି ଟିକିରି ଥାନାରେ ହତ୍ୟା ମାମଲା ନେଇ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୃଷ୍ନ ମାଝିଙ୍କୁ ଗିରଫ କରିଥିଲା । ଏହି ହତ୍ୟା ଘଟଣାରେ ୨ଜଣ ପ୍ରତ୍ୟକ୍ଷଦର୍ଷିଙ୍କ ସହ ମୋଟ ୧୫ ଜଣ କୋର୍ଟରେ ସାକ୍ଷ ପ୍ରଦାନ କରିଥିଲେ । ସମସ୍ତ ସାକ୍ଷ ପ୍ରମାଣ ଶୁଣି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଳ୍ପନା ସ୍ବାଇଁ ଆଇପିସି ୩୦୨ଧାରାରେ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ । ସରକାରଙ୍କ ତରଫରୁ ସରକାରୀ ଓକିଲ ରଜତ ରଞନ ଖଟୁ୍ଆ ମାମଲା ପରିଚାଳନା କରୁଥିଲେ ।