“ନାରୀ ଅଧିକାର ଅଭିଯାନ”ବିକ୍ଷୋଭ ସମାବେଶ ଓ କୁଶପୁତ୍ତଳିକା ଦାହ
1 min read
ପାଟଣା: ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ମଙ୍ଗଳବାର ଏକ ବିରାଟ ଶୋଭାଯାତ୍ରା, ବିକ୍ଷୋଭ ସମାବେଶ ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ପାଟଣା ବ୍ଲକ୍ ମୁଖ୍ୟାଳୟସ୍ଥ ଆନନ୍ଦେଶ୍ୱର ମନ୍ଦିର ଠାରୁ ଏକ ବିରାଟ ରାଲିରେ ବିଜେଡ଼ି ମହିଳା କର୍ମୀମାନେ ବାହାରି “ମୋହନ ସରକାର ଡାଉନ୍ ଡାଉନ୍”, “ନବୀନ ପଟ୍ଟନାୟକ ଜିନ୍ଦାବାଦ”, “୩୩ ପ୍ରତିଶତ ମହିଳା ସଂରକ୍ଷଣ ଆମର ଦାବି”, “କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଅ”, “ଜିତୁ ମୁଣ୍ଡାଙ୍କୁ ନ୍ୟାୟ ପ୍ରଦାନ କର” ଆଦି ସରକାର ବିରୋଧୀ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ବଜାର ପରିକ୍ରମା କରିଥିଲେ।
ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପାଟଣା ବ୍ଲକର ୮ଟି ପଞ୍ଚାୟତରେ ଏପ୍ରିଲ ମାସରେ ଘଟିଥିବା କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଏହାପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ରାଲି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।


