May 9, 2026

ଦିଲ୍ଲୀରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆତଙ୍କବାଦୀ ଡିଡିୟୁ ମାର୍ଗସ୍ଥିତ ଦିଲ୍ଲୀ ବିଜେପି ମୁଖ୍ୟାଳୟ ଏବଂ ଆଖପାଖର ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରିପାରନ୍ତି। ଆଲର୍ଟ ମିଳିବା ପରେ ସୁରକ୍ଷା ଏଜେନ୍ସି ସଂପୂକର୍ଣ୍ଣ ଭାବେ ସତର୍କ ହୋଇଛି। ଦିଲ୍ଲୀ ପୁଲିସ ସହିତ ପାରାମିଲି‌ଟାରି ଫୋର୍ସର ଯବାନଙ୍କ ମୁତୟନ କରାଯାଇଛି। ଏଜେନ୍ସିକୁ ମିଳିଥିବା ସୂଚନା ଆଧାରରେ ଆତଙ୍କବାଦୀ ସଂଗଠନ ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରିପାରନ୍ତି।