ଫ୍ରାନ୍ସର ଦୁଇ କମ୍ପାନି ଅଧିକାରୀଙ୍କୁ ଭେଟିଲେ ବାଣିଜ୍ୟ ମନ୍ତ୍ରୀ
1 min read
ନୂଆଦିଲ୍ଲୀ: ଫ୍ରାନ୍ସର ଦୁଇ ବହୁରାଷ୍ଟ୍ରୀୟ କମ୍ପାନି ଏଲ୍ଭିଏମ୍ଏଚ୍ ମୋଏଟ୍ ହେନେସି ଲୁଇ ଭୁଟନ ଏବଂ ଲୋରିଏଲ ଗ୍ରପୁର ବରିଷ୍ଠ ଅଧିକାରୀମାନଙ୍କ ସହ ଆଜି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଭେଟିଛନ୍ତି। ଏଲ୍ଭିଏମ୍ଏଚ୍ର ନିର୍ଦ୍ଦେଶକ (ଅନ୍ତର୍ଜାତୀୟ ସଂପର୍କ) ଭିନସେଣ୍ଟ ଆଷ୍ଟକ୍ସଙ୍କ ସହିତ ବୈଠକ ସମୟରେ ଭାରତରେ ଉତ୍ପାଦନ, ରପ୍ତାନି ବଢ଼ାଇବା ସହିତ ସ୍ଥାନୀୟ ପ୍ରତିଭାଙ୍କୁ ଅଧିକ ନିଯୁକ୍ତି ଦେବାଲାଗି କହିଛନ୍ତି। ଭିନସେଣ୍ଟଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି ଶ୍ରୀ ଗୋୟଲ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶୀ ଗୋୟଲ ଲୋରିଏଲର ସଭାପତି ( ଦକ୍ଷିଣ ଏସିଆ, ପ୍ରଶାନ୍ତମହାସାରଗ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳ) ବିସ୍ମୟ ଶର୍ମାଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ଭେଟିଛନ୍ତି। ସାମଗ୍ରୀ ପ୍ରସ୍ତୁତ ସମୟରେ ଭାରତରୁ ଅଧିକ ଅଧିକ ସାମଗ୍ରୀ ବ୍ୟବହାର କରିବା, ଭାରତରେ ଉତ୍ପାଦନ ଏବଂ ରପ୍ତାନି ବଢ଼ାଇବା ପାଇଁ ଅଧିକାରୀମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ କହିଥିବା ନେଇ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଲୋରିଏଲ ନିକଟରେ ହାଇଦ୍ରାବାଦରେ ବିଶ୍ବର ସର୍ବବୃହତ ବିୟୁଟି ଟେକ୍ ଗ୍ଲୋବାଲ କାପାସିଟି ସେଣ୍ଟର ସ୍ଥାପନ କରିଛି।


