ମେ ୮ରେ ଶପଥ ନେଇପାରନ୍ତି ବିଜୟ
1 min read
ଚେନ୍ନାଇ: ଟିଭିକେ ତାମିଲନାଡ଼ୁରେ ଆଗାମୀ ସରକାର ଗଠନ କରିବାକୁ ଯାଉଥିବାବେଳେ ଦଳର ମୁଖ୍ୟ ତଥା ଅଭିନେତା ବିଜୟ ମେ ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି। ବିଜୟ ବୁଧବାର ଲୋକ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ ଓ ସରକାର ଗଠନ କରିବାକୁ ଦାବି ରଖିପାରନ୍ତି। କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର ହୋଇଛି।


