June 18, 2026

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଉପକଣ୍ଠରେ ଦୁଇଟି ଟ୍ରେନ୍ ଧକ୍କାରେ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ

1 min read

ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଉପକଣ୍ଠରେ ଦୁଇଟି ଟ୍ରେନ୍ ଧକ୍କାରେ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ସରକାରୀ ରେଳ କମ୍ପାନି KAIର ମୁଖପାତ୍ର ଫ୍ରାନୋଟୋ ୱିବୋଓ କମ୍ପାସ୍ ଟିଭିକୁ କହିଛନ୍ତି, ହସ୍ପିଟାଲ ରେକର୍ଡ ଅନୁଯାୟୀ ସାତ ଜଣ ଆହତଙ୍କ ମୃତ୍ୟୁ ହୋଇଛି। ଫ୍ରାନୋଟୋ ୱିବୋଓ ଆହୁରି କହିଛନ୍ତି ଯେ ସେନା, ଅଗ୍ନିଶମ ବିଭାଗ ଏବଂ ଜାତୀୟ ସନ୍ଧାନ ଏବଂ ଉଦ୍ଧାର ସଂସ୍ଥାର ସହାୟତାରେ ଦୁର୍ଘଟଣାରୁ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।